ନାୟକପଡା ଗୁମ୍ଫା ବୌଦ୍ଧ ସହର ଠାରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ |ଏହି ଗୁଫା ପୌରାଣିକ ବାର୍ତା କୁ ବହନ କରେ | ଏହି ଗୁମ୍ଫା ଟି ଅନେକ ସାଧୁ ମାନଙ୍କର ଆଶ୍ରୟ ସ୍ଥଳୀ ଥିଲା | ଏହି ପାହାଡ ଅନେକ ଜଙ୍ଗଲ ସମ୍ପଦ ରେ ପରିପୂର୍ଣ ଅଟେ | ମାଦଳ ପାଞ୍ଜି ଓ ଐତିହାସିକ ତଥ୍ୟ କୁ ଆଧାର କରି ଲୋକଲୋଚନକୁ ଏହି ତଥ୍ୟ ମିଳେ ଯେ ରାଜା ଶ୍ରୀ ଶୋଭନ ଦେବ ସମୟ ରେ ଜବନ ରାଜା ରକ୍ତ ବାହୁ ଶ୍ରୀକ୍ଷେତ୍ର ପୁରୀ କୁ ଆକ୍ରମଣ କରିଥିଲେ | ଶ୍ରୀ ଜଗନ୍ନାଥ କୁ ରକ୍ଷା କରିବାକୁ ଯାଇ ଅଦ୍ଦ୍ରଦେଶ ର ଭଞ୍ଜ ଶାସକ ଯିଏକି ବୈଷ୍ଣବ ବିଶ୍ଵାସୀ ଓ ଭଗବାନ ନୀଳମାଧବଙ୍କର ଏକ ଭକ୍ତ ଥିଲେ ମହାପ୍ରଭୁଙ୍କୁ ଗୋପାଳି ଗ୍ରାମ ରେ ପାତାଳୀ କରିଥିଲେ | ସେହିଦିନ ଠାରୁ ଗୋପାଳି ଗ୍ରାମ ଟିକୁ ଗୋପାଳପୁର ନାମରେ ନାମିତ କରାଗଲା ଯାହାକି ନାୟକପଡା ଗୁଫା ର ଦକ୍ଷୀଣରେ ଅବସ୍ଥିତ |
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.
ସଡ଼କ ପଥରେ
ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି |