• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ପୁରୁନକଟକ ବୌଦ୍ଧଠାରୁ ବୌଦ୍ଧ-ଦଶପଲ୍ଲା ରାସ୍ତାରେ ୩୦ କିମି ଦୂରରେ ଆବସ୍ଥିତ |ଏଠାରେ ଭୈରବୀଙ୍କୁ ପୂଜା କରାଯାଏ |ପୂର୍ବାରୁ ଏକ ଚାଳ କୁଡିଆରେ ପୂଜା କରାଯାଉଥିଲା |ଜଣେ ବ୍ୟବସାୟୀଙ୍କ ସହାୟତାରେ ମନ୍ଦିର ନିର୍ମାଣ କରାଯାଇଅଛି | ଦୁର୍ଗାପୂଜ ସମୟରେ ୧୬ ଦିନ ପୂଜା ଅର୍ଚନା କରାଯାଇଥାଏ |

ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ଭୁବନେଶ୍ୱର ରାସ୍ତାରେ ଜାତୀୟ ରାଜପଥ-୫୭ ଦେଇ ୩୦ କି.ମି. ଗଲାପରେ ପୁରୁଣାକଟକ ବାମପାର୍ଶ୍ଵରେ ରହିଛି ମା’ ଭୈରବୀଙ୍କ ପୀଠ। ଶକ୍ତି ଉପାସନା, ମୂର୍ତ୍ତି ପୂଜାର ପୃଷ୍ଠଭୂମିରେ ମା’ ଭୈରବୀଙ୍କ  ସ୍ଵରୂପ ଏକ ବିସ୍ମୟକର ଅନନ୍ୟ ସୃଷ୍ଟି। ଭୈରବୀଙ୍କ

ପୀଠରେ ଶକ୍ତି ପରମ୍ପରାର ସୁନ୍ଦର ସମନ୍ଵୟ ସାଧିତ ହୋଇଛି। ଏହା ଓଡିଶାର ଏକ ପବିତ୍ର,ପରିଚିତ ଶକ୍ତିପୀଠ ହୋଇଥିବାରୁ ଭକ୍ତମାନେ ଦେବୀଙ୍କୁ ପୂଜାର୍ଚନା କରିବା ପାଇଁ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି। ବିଶାଳ ବିଶାଳ ବୃକ୍ଷରାଜି,ବାଂଶଲଟା ମଧ୍ୟରେ ମା’  ଭୈରବୀଙ୍କ ଆସ୍ଥାନ। ବାଂଶଲଟା

ଘେରା ପ୍ରକୃତିର ଅନନ୍ୟ ଗନ୍ତାଘର ଏହି ଦେବୀ ପୀଠରେ ରହିଛି ଏକ କିମ୍ବଦନ୍ତୀୟ ଅଭିବ୍ୟକ୍ତି। ଭୈରବୀ ପୀଠର ଅଲ୍ଲୋକିକ କାହାଣୀର ଗାଥା ଆମ ବିଶ୍ଵାସକୁ ଆହୁରି ଦୃଢୀଭୂତ କରୁଛି। ପଲ୍ଲୀ ପ୍ରାଣରେ ଈଷ୍ଟଦେବୀ ବା ରକ୍ଷୟତ୍ରୀ ଭାବେ ଭୈରବୀଙ୍କ ସ୍ଥାନ ସର୍ବୋଚ। ବିପଦ ଆପଦରେ ପଣତ

ଘୋଡାଇ ଅଭୟ ପ୍ରଦାନ କରନ୍ତି। ଏହାଥିଲା ପ୍ରାଚୀନ ମଣିଷର ଦଇବିଶକ୍ତି ପ୍ରତି ନିଷ୍ଠାପର ଭାବନା। ସେଇ ଭାବନା ଆଜି ପର୍ଯ୍ୟନ୍ତ ଗାଁରୁ ସହର ଯାଏ ପରିବ୍ୟାପ୍ତ। ଅଧିଷ୍ଟାତ୍ରୀ ଦେବୀ ଭୈରବୀ ଆପଣାର ବିଭୂତିରେ ଉକ୍ତମାନଙ୍କୁ ଅଭୟ ପ୍ରଦାନ କରିବା ସହିତ ସେମାନଙ୍କ ଦୁଃଖଦୁର୍ଗତି ମୋଚନ

କରୁଥିବା କଥା ସର୍ବତ୍ର ଶୁଣିବାକୁ ମିଳେ। ରୋଗ,ଶୋକ,ଅପମୃତ୍ୟୁ କବଳରୁ ଉଦ୍ଧାର କରିବା ସହିତ ଶତ୍ରୁ ଅବରୋଧରୁ ରକ୍ଷା କରିଥାନ୍ତି। ମନ୍ଦିର ସନ୍ନିକଟରେ ବୋହିଯାଇଛି ଏକ ପାହାଡୀ ଝରଣା; ଯାହାକୁ ‘ଭୈରଅଣା’ କୁହାଯାଏ। ଏହା ପ୍ରତ୍ୟକ୍ଷ ଶକ୍ତିପୀଠ ଭାବରେ ବିଖ୍ୟାତ। ବିଶ୍ଵାସ ରହିଛି ଯେ,

ଏହି ତନ୍ତ୍ରପୀଠରେ ପ୍ରାଣନାଶକାରୀ ତନ୍ତ୍ର ସାଧନା ସମ୍ଭବ ନୁହେଁ। ମା’ ଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ଵାସକୁ ପାଥେୟ କରି ବର୍ଷସାରା ପର୍ଜ୍ୟଟକଙ୍କ ଆଗମନ ହୋଇଥାଏ।  ଆଶ୍ଵିନ ମାସରେ ଦୁର୍ଗାପୁଜା ଅବସରରେ  ଭୈରବୀଙ୍କ ନିକଟରେ ପାର୍ବଣ ପୂଜା, ଉପାସନା କରିଥାନ୍ତି ବୌଦ୍ଧବାସୀ। ଭୈରବୀଙ୍କ  ସହ ବୌଦ୍ଧବାସୀଙ୍କ ନାଡି ନକ୍ଷତ୍ର ସମ୍ପର୍କ  ବିଦ୍ୟମାନ। ଦୟାର ଅନନ୍ତ  ପାରାବାର  ଭୈରବୀ  ହେଉଛନ୍ତି   ଅଖଣ୍ଡ  ବରଦାୟିନୀ, ସର୍ବଜୀବୀ ହିତୈଷିଣୀ। ବୌଦ୍ଧବାସୀ ଆଗାମୀ ଜୀବନକୁ ଶୁଭଙ୍କର ଓ ପ୍ରୀତିପଦ କରିବା ପାଇଁ ମା’ଙ୍କଠାରୁ ଲାଭ କରିଥାନ୍ତି ଅଜସ୍ର ଶୁଭାଶୀର୍ବାଦ।

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

ସଡ଼କ ପଥରେ
ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି |