ଜିଲ୍ଲା ନିୟୋଜନ ସମ୍ବନ୍ଧରେ:-

ଜିଲ୍ଲାର ଅଧିବାସୀମାନଙ୍କର ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷରେ ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ ଜିଲ୍ଲା ପ୍ରତିଷ୍ଠା ଦିବସ ୦୨-୦୧-୧୯୯୪ଠାରୁ କାର୍ଯ୍ୟ କରି ଆସୁଅଛି । ଏହା ପୂର୍ବରୁ କନ୍ଧମାଳ ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ ଅଧୀନରେ ଉପକର୍ମ ନିୟୋଜନ କାର୍ଯ୍ୟ।ଳୟ ହିସାବରେ ମାନ୍ୟତା ପାଉଥିଲା । ଜିଲ୍ଲାର ନିଯୁକ୍ତି ସମ୍ଭାବନାର ଅଭିବୃଦ୍ଧି ପାଇଁ ଏହି କାର୍ଯ୍ୟ।ଳୟ ଦ୍ଵାରା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।ବର୍ତ୍ତମାନ ଏହି କାର୍ଯ୍ୟ।ଳୟ ସୂତ୍ରରୁ ଯୋଗ୍ୟତାସମପର୍ଣ୍ଣ ଚାକିରି ଆଶାୟୀମାନଙ୍କର ନାମ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯାହାକି ଓଡିଶା ରାଜ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ପରିଚାଳିତ ତାଲିମ ଓ ନିଯୁକ୍ତି ଭିତ୍ତକ ତାଲିମର ବ୍ୟବସ୍ଥା କରିଛି । ସାରା ରାଜ୍ୟରେ ପ୍ରାୟ କୋଡିଏ ଗୋଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଦେୟମୁକ୍ତ ନିଯୁକ୍ତି ସୁଯୋଗକାରୀ ତାଲିମ କେନ୍ଦ୍ର ଖୋଲାଯାଇଛି । ନିମ୍ନରେ ଏହି କାର୍ଯ୍ୟ।ଳୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସୂଚୀତ କରାଗଲା ।

ଉଦ୍ଦେଶ୍ୟ

  • ଚାକିରି ଆଶାୟୀ ବିଶେଷତଃ ବେରୋଜଗାରୀ ଅନୁସୂଚିତ ଜାତି ଓ ଜନଜାତି,ଭିନ୍ନକ୍ଷମ ଯୁବଗୋଷ୍ଟିଙ୍କୁ ନିଯୁକ୍ତି ସହାୟତା ଯୋଗାଇବା ।
  • ନିଯୁକ୍ତି ପାଇଁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ।
  • ନିଯୁକ୍ତି ଆଶାୟୀମାନଙ୍କୁ ବୈଷୟିକ ସହାୟତା ଦେବା ।
  • ବେକାର ଯୁବଗୋଷ୍ଟିମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ତାଲିମର ଆୟୋଜନ କରିବା ।

ଲକ୍ଷ୍ୟ

  • ଚାକିରି ଆଶାୟୀମାନଙ୍କର ନାମ ପଞ୍ଜୀକରଣ  ।
  • ବିଭିନ୍ନ ନିଯୁକ୍ତିଦାତାଙ୍କର ଦାବି ଅନୁସାରେ ପଞ୍ଜୀକୃତ ବେକାରମାନଙ୍କର ନାମ ସୁପାରିଶ କରିବା ।
  • ସ୍ଥାନୀୟ ନିଯୁକ୍ତିଦାତାମାନଙ୍କ ଠାରୁ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ଓ ନିଯୁକ୍ତି ପ୍ରଦାନ ବିଜ୍ଞାପନ ସଂଗ୍ରହ କରିବା ।
  • ନିଯୁକ୍ତି ଆଶାୟୀଙ୍କ ପାଇଁ ବାର୍ଷିକ ନିଯୁକ୍ତିମେଳ। ଆୟୋଜନ କରିବା |